31, July 2025

ଉତ୍ତର ଅଶୀ ଓଡିଆ ନାଟକରେ ମିଥ୍ : ଚାଣକ୍ୟ ପ୍ରସଙ୍ଗ

Author(s): ଚିନ୍ମୟ ସାମଲ

Authors Affiliations:

ଅଧ୍ୟାପକ, ଓଡିଆ ଭାଷା ଓ ସାହିତ୍ୟ ବିଭାଗ

ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟ, ପଟ୍ଟାମୁଣ୍ଡାଇ

DOIs:10.2018/SS/202507015     |     Paper ID: SS202507015


Abstract
Keywords
Cite this Article/Paper as
References
ସଂକ୍ଷିପ୍ତ ସାର : ମିଥ୍ ଆଧୁନିକତା ଓ ପ୍ରାଚୀନତା ମଧ୍ୟରେ ଏକ ସେତୁବନ୍ଧ ସ୍ୱରୂପ । ପ୍ରାଚୀନ ପରମ୍ପରାକୁ ଓଲଟାଇଦେଲେ ତାହା ମିଥ୍ ହୋଇଯାଏନି କି ଆଧୁନିକତାକୁ ପରିବର୍ତ୍ତନ କରିଦେଲେ ମଧ୍ୟ ତାହା ମିଥର ପରିଭାଷା ହୋଇନଥାଏ । କୌଣସି ଏକ ପ୍ରାଚୀନ ପରମ୍ପରା ଆଧୁନିକତାର ଯୋଗସୁତ୍ର ରକ୍ଷା କରି କୌଣସି ଏକ ବିଷୟ ବା ଚରିତ୍ରର ପୁନର୍ମୂଲ୍ୟାୟନକୁ ମିଥ୍ କହିପାରିବା । ଏହାକୁ ନେଇ ଉତ୍ତରଅଶୀ ପର୍ଯ୍ୟାୟର ଓଡିଆ ନାଟକରେ କରାଯାଇଛି ଅନେକ ପରୀକ୍ଷା ନିରୀକ୍ଷା । ତନ୍ମଧ୍ୟରୁ ଇତିହାସ ପ୍ରସିଦ୍ଧ ଚାଣକ୍ୟ ଚରିତ୍ରକୁ ନେଇ ମଧ୍ୟ କେତେକ ମିଥଧର୍ମୀ ନାଟକ ଲିଖିତ ହୋଇଛି । ଯେଉଁଠି ଉଭୟ ଦର୍ଶକ ଏବଂ ପାଠକ ଚାଣକ୍ୟଙ୍କୁ ଏନ ଭିନ୍ନ ପ୍ରେକ୍ଷାପଟ୍ଟରେ ଲକ୍ଷ୍ୟ କରିପାରିବେ । ସାମ୍ପ୍ରତିକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାଚୀନତାକୁ ପୁନର୍ମୂଲ୍ୟାୟନ କରାଯାଇଛି । ତେଣୁ ‘ଚାଣକ୍ୟ’ ମିଥ୍ ଦ୍ୱାରା ବାର୍ତ୍ତମାନିକ ପରିସ୍ଥିତିକୁ ଅନୁଧ୍ୟାନ କରାଯାଇପାରେ । ସେହି ଚାଣକ୍ୟ ମିଥ୍ କୁ କେନ୍ଦ୍ରକରି କେଉଁ କେଉଁ ନାଟକ ଲିଖିତ ହୋଇଛି ଏବଂ ସେହି ନାଟକରେ ଚାଣକ୍ୟର ରୂପରଙ୍ଗ କିପରି ପରିବର୍ତ୍ତନ ହୋଇଛି ;  ତାହାର ଏକ ଗବେଷଣାତ୍ମକ ଦୃଷ୍ଟି ନେଇ ବିଶ୍ଳେଷଣ ଏହି ପ୍ରବନ୍ଧର ଲକ୍ଷ୍ୟ ।    
ପ୍ରମୁଖ ଶବ୍ଦ :  ପୁନର୍ମୂଲ୍ୟାୟନ , ଟେଲିଗ୍ରାଫିକ , ମିଥ୍ , ରୂପାନ୍ତରୀକରଣ , ଆଲେଗୋରି , ବିଶ୍ୱାୟିତ ରୂପ

ଚିନ୍ମୟ ସାମଲ (2025); ଉତ୍ତର ଅଶୀ ଓଡିଆ ନାଟକରେ ମିଥ୍ : ଚାଣକ୍ୟ ପ୍ରସଙ୍ଗ, Shikshan Sanshodhan : Journal of Arts, Humanities and Social Sciences,      ISSN(o): 2581-6241,  Volume – 8,   Issue –  7.,  Pp.89-92.       Available on –   https://shikshansanshodhan.researchculturesociety.org/


Download Full Paper

Download PDF No. of Downloads:3 | No. of Views: 31